ଲେଖା: ଶିଶିର ସାହୁ ମନୋଜ
ପିତା ଗିହ୍ମା ଏହା ଏକ ଜାତୀୟ ଶାଗଗଛ । ଏହି ଶାଗଗଛକୁ ବାଲେଶ୍ଵରରେ ପିତାଗିହ୍ମା କୁହାଯାଏ ଏଵଂ ଏହାର ପତ୍ରରେ ତିଆରି ଏକ ପ୍ରକାରର ଶାଗଭଜା ଵିଧିକୁ ଏଠାକାର ସ୍ଥାନୀୟ ଅଧିଵାସୀ “ଚଡ୍ ଚଡା଼” କହିଥାଆନ୍ତି । ଶାଗରେ ଆଳୁ, ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵରରେ ଚଡ୍ ଚଡା଼ କୁହାଯାଏ । ଗିହ୍ମାଶାଗରେ “ଗିହ୍ମା ପତ୍ରପୋଡ଼ା” ବୋଲି ଗୋଟିଏ ଵ୍ଯଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କଦଳୀ ଇତ୍ୟାଦି ପତ୍ର ମଧ୍ୟରେ ପିତା ଗିହ୍ମା ଶାଗ ସହ ନିଷ୍ଠାନ (ମସଲା) ଦେଇ ନିଆଁରେ ପୋଡ଼ି ଏହା ପ୍ରସ୍ତୁତ କରାଯାଏ । ସେଇଭଳି “ଗିହ୍ମା ଚଟଣୀ” ବୋଲି ଏକ ଵ୍ଯଞ୍ଜନ ରହିଛି ଯାହା ଗିହ୍ମା ପତ୍ରକୁ ବାଟି ତହିଁ ରେ ବିଭିନ୍ନ କଞ୍ଚା ନିଷ୍ଠାନ(ମସଲା) ଯେମିତିକି ଲଙ୍କା ଆଦି ଦେଇ ପ୍ରସ୍ତୁତ କରାଯାଏ ।
ଗିହ୍ମାଶାଗକୁ ବଙ୍ଗାଳି ଭାଷାରେ ଗିମା, ଗିମୀ ଓ ଗୀମୋ କୁହା ଯାଉଥିଵା ଵେଳେ ମେଦିନୀପୁରୀ ଓଡ଼ିଆରେ ଗିମା କୁହାଯାଏ । ପ୍ରୋକ୍ତ ସମସ୍ତ ଶବ୍ଦର ମୂଳ ବାଲେଶ୍ବରରେ ଚଳୁଥିଵା ଗିହ୍ମା ଶବ୍ଦ ଅଟଇ ।
ଓଡ଼ିଶାର କେତେକ ଅଞ୍ଚଳରେ ଏହି ଶାକକୁ କେଵଳ ପିତାଶାଗ କୁହାଯାଏ । ଏହାର ସଂସ୍କୃତ ନାମ ଫଣିଜ ଓ ଗ୍ରୀଷ୍ମସୁନ୍ଦରକ । ହିନ୍ଦୀ ଭାଷାରେ ଏ ଗଛ ପାଇଁ ନାମ ଭାବେ ଦେଶଜ “ଗେଇନା” ଶବ୍ଦ ପ୍ରଚଳିତ ଅଛି । ଏହି ଗଛର ବୈଜ୍ଞାନିକ ନାମ ବହୁତ ସମ୍ଭବ Glinus oppositifolius ତେବେ ଏତିକି ନିଶ୍ଚିତ ଯେ ଏହା ଗ୍ଲିନୋ଼ସ୍ ଜାତୀୟ ଗଛ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିତାଶାଗ ତଳେ Glinus oppositifolius ର Synonyms ଯଥା
Erythrea roxburghii ଓ Mollugo spergula ଲେଖାହୋଇଅଛି ।
ଏହି ଜାତୀୟ ଗଛ ମଧ୍ୟରେ ଆଉକିଛି ଗଛଗୁଡିକର ବୈଜ୍ଞାନିକ ନାମ ହେଲା:
1. Glinus cambessedesii
2. Glinus denticulatus
3. Glinus mollugo
4. Glinus oppositifolius
5. Glinus spergula
6. Glinus spergula
7. Glinus glinoides
8. Glinus oppositifolia
9. Glinus serrulata
10. Glinus spergula
© ଶବ୍ଦଭେଦ
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…