ଲେଖା: ଶିଶିର ସାହୁ ମନୋଜ

ପିତା ଗିହ୍ମା ଏହା ଏକ ଜାତୀୟ ଶାଗଗଛ । ଏହି ଶାଗଗଛକୁ ବାଲେଶ୍ଵରରେ ପିତାଗିହ୍ମା କୁହାଯାଏ ଏଵଂ ଏହାର ପତ୍ରରେ ତିଆରି  ଏକ ପ୍ରକାରର ଶାଗଭଜା ଵିଧିକୁ ଏଠାକାର ସ୍ଥାନୀୟ ଅଧିଵାସୀ “ଚଡ୍ ଚଡା଼” କହିଥାଆନ୍ତି । ଶାଗରେ ଆଳୁ, ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵରରେ ଚଡ୍ ଚଡା଼ କୁହାଯାଏ । ଗିହ୍ମାଶାଗରେ “ଗିହ୍ମା ପତ୍ରପୋଡ଼ା” ବୋଲି ଗୋଟିଏ ଵ୍ଯଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କଦଳୀ ଇତ୍ୟାଦି ପତ୍ର ମଧ୍ୟରେ ପିତା ଗିହ୍ମା ଶାଗ ସହ ନିଷ୍ଠାନ (ମସଲା) ଦେଇ ନିଆଁରେ ପୋଡ଼ି ଏହା ପ୍ରସ୍ତୁତ କରାଯାଏ । ସେଇଭଳି “ଗିହ୍ମା ଚଟଣୀ” ବୋଲି ଏକ ଵ୍ଯଞ୍ଜନ ରହିଛି ଯାହା ଗିହ୍ମା ପତ୍ରକୁ ବାଟି ତହିଁ ରେ ବିଭିନ୍ନ କଞ୍ଚା ନିଷ୍ଠାନ(ମସଲା) ଯେମିତିକି  ଲଙ୍କା ଆଦି ଦେଇ ପ୍ରସ୍ତୁତ କରାଯାଏ  ।

ଗିହ୍ମାଶାଗକୁ ବଙ୍ଗାଳି ଭାଷାରେ ଗିମା, ଗିମୀ ଓ ଗୀମୋ  କୁହା ଯାଉଥିଵା ଵେଳେ ମେଦିନୀପୁରୀ ଓଡ଼ିଆରେ ଗିମା କୁହାଯାଏ । ପ୍ରୋକ୍ତ ସମସ୍ତ ଶବ୍ଦର ମୂଳ ବାଲେଶ୍ବରରେ ଚଳୁଥିଵା ଗିହ୍ମା ଶବ୍ଦ ଅଟଇ ।

ଓଡ଼ିଶାର କେତେକ ଅଞ୍ଚଳରେ ଏହି ଶାକକୁ କେଵଳ ପିତାଶାଗ କୁହାଯାଏ । ଏହାର ସଂସ୍କୃତ ନାମ ଫଣିଜ ଓ ଗ୍ରୀଷ୍ମସୁନ୍ଦରକ । ହିନ୍ଦୀ ଭାଷାରେ ଏ ଗଛ ପାଇଁ ନାମ ଭାବେ ଦେଶଜ “ଗେଇନା” ଶବ୍ଦ ପ୍ରଚଳିତ ଅଛି । ଏହି ଗଛର ବୈଜ୍ଞାନିକ ନାମ ବହୁତ ସମ୍ଭବ Glinus oppositifolius ତେବେ ଏତିକି ନିଶ୍ଚିତ ଯେ ଏହା ଗ୍ଲିନୋ଼ସ୍ ଜାତୀୟ ଗଛ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିତାଶାଗ ତଳେ Glinus oppositifolius ର Synonyms ଯଥା
Erythrea roxburghii ଓ Mollugo spergula ଲେଖାହୋଇଅଛି ।

ଏହି ଜାତୀୟ ଗଛ ମଧ୍ୟରେ ଆଉକିଛି ଗଛଗୁଡିକର ବୈଜ୍ଞାନିକ ନାମ ହେଲା:
1. Glinus cambessedesii
2. Glinus denticulatus
3. Glinus mollugo
4. Glinus oppositifolius
5. Glinus spergula
6. Glinus spergula
7. Glinus glinoides
8. Glinus oppositifolia
9. Glinus serrulata
10. Glinus spergula

© ଶବ୍ଦଭେଦ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago