| ଲେଖା: ଶିଶିର ସାହୁ ମନୋଜ ଅନେକଙ୍କ ଭ୍ରମ ଧାରଣା ଯେ କାଶ୍ମୀର ଏକ ଆରବୀ ପାର୍ସୀ ଶବ୍ଦ ତେଵେ ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ । କାଶ୍ମୀର ଏକ ସଂସ୍କୃତ ନାମଵାଚକ ଶବ୍ଦ ଏଵଂ ଏହାର ନିରୁକ୍ତି କାଶ୍ ଧାତୁ + ମୀର = କାଶ୍ମୀର । କାଶ୍ ଧାତୁର ନିମ୍ନଲିଖିତ ଅର୍ଥ ରହିଛି ପ୍ରୋକ୍ତ ଅର୍ଥ ଆଧାରରେ ‘କାଶ୍’ ଧାତୁ ଶବ୍ଦରୁ କାଶ୍ମୀର ଛଡ଼ା କାଶ, କାଶୀ, କାଷ୍ଠ, ନିକାଶ, ପ୍ରକାଶ, ପ୍ରକାଶକ, ପ୍ରକାଶନ, ପ୍ରକାଶିତ, ଵିକାଶ, ସକାଶ ଆଦି ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ସେଇଭଳି ମୀର୍ ଶବ୍ଦର ଅର୍ଥ ହେଲା— ଏ ସମସ୍ତ ଅର୍ଥ ଆଧାରରେ ଏମନ୍ତ ଵ୍ଯାଖ୍ଯା କରାଯାଇପାରେ ଯେ ଯେଉଁ ଭୂମିରେ ଉଚ୍ଚ ଉଚ୍ଚ ପର୍ଵତ ଵିଦ୍ୟମାନ ଏଵଂ ପାନୀୟ ଵା ଜଳର ସମୁଦ୍ର ଯେଉଁଠି ବରଫାବୃତ ହୋଇ ଦୀପ୍ତି ପାଉଛି ସେହି ସୁନ୍ଦର ଶୋଭାରେ ସଜ୍ଜିତ ଋଷିଭୂମି ହେଉଛି କାଶ୍ମୀର । ଏଠାରେ ଉଚ୍ଚ ଉଚ୍ଚ ପର୍ଵତମାଳା ଭାରତର ସୀମାନିର୍ଦ୍ଧାରଣ କରି କେଉଁ ଆଵାହମାନକାଳରୁ ଛିଡ଼ା ହୋଇଅଛନ୍ତି । ତେଵେ ଏକ ଅଞ୍ଚଳ ଵିଶେଷର ନାମ ଭିନ୍ନ ଏ ଶବ୍ଦର ଆଉ କେତେକ ଅର୍ଥ ମଧ୍ୟ ରହିଛି, ଯଥା: ବହୁପ୍ରାଚୀନ କାଳରୁ ଏ ଅଞ୍ଚଳ ଭାରତର ଅଭିନ୍ନ ଅଙ୍ଗ ରହିଆସିଛି । ପୂର୍ଵେ ଏହା କାଶ୍ମୀରମଣ୍ଡଳ ନାମରେ ଭାରତର ଏକ ଜନପଦ ଭାଵେ ଲୋକପ୍ରିୟ ଥିଲା ପରେ ଏହା କାଶ୍ମୀରକ ନାମ ଧାରଣ କରି ଅନେକ ଶତ ଵର୍ଷ ପରିଚିତ ହୋଇଥିଲା । © ଶିଶିର ସାହୁ ମନୋଜ
| |
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…