ଲେଖା: ଅଧ୍ୟାପକ ଲଳିତ ମୋହନ ରାୟ
ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା। ତା’ର ଯୋରଦାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବା ବେଳେ କଟକ ଜିଲ୍ଲାର (ଅଧୁନା ଯାଜପୁର) ବରୀ ଅଞ୍ଚଳରେ ଅହେତୁକ ଭାବପ୍ରବଣତା ଦେଖିବାକୁ ମିଳିଲା। ଅହିଂସାମାର୍ଗରେ ଏହି ଆନ୍ଦୋଳନ ଚାଲୁ ରଖି ଦେଶର ସ୍ଵାଧୀନତା ପାଇଁ ବରୀବାସୀ ସ୍ଵତଃପ୍ରବୃତ୍ତ ଭାବେ ଅଙ୍ଗୀକାରବଦ୍ଧ ହେଲେ।
ଏଇ ବେଳରେ ଘଟିଥିଲା କାଇପଡା କଳାମାଟିଆ ଗୁଳିକାଣ୍ଡ । ରକ୍ତମୁଖା ପୋଲିସ ଆରମ୍ଭ କଲେ ଗୁଳି ଚାଳନା। ଟଳି ପଡ଼ିଲେ ଶ୍ରୀ ମାୟାଧର ଭୁୟାଁ, ଶ୍ରୀ ସାଉଣ୍ଟି ମଲିକ, ଶ୍ରୀ ସଦାନନ୍ଦ ସ୍ଵାଇଁ। ପ୍ରାୟ ଏକଶତ ସଙ୍ଗ୍ରାମୀ ଆହତ ହେଲେ। କଳାମାଟିଆ ମାଟି ସହିଦମାନଙ୍କ ଉଷ୍ଣରକ୍ତରେ ଲାଲ୍ ହୋଇଗଲା। ଏହା ଥିଲା ଗହ୍ମାପୂର୍ଣ୍ଣିମା, ଅଗଷ୍ଟ ମାସ ଛବିଶ ତାରିଖ। ଏ ଭଳି ଏକ ପବିତ୍ରଦିନରେ ଘଟିଥିବା ଏହି ସ୍ଵାଧୀନତା ସଂଗ୍ରାମ ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
ସେଇ କାଇପଡା କଳାମାଟିଆ ଗୁଳିକାଣ୍ଡର ସ୍ମୃତିଚାରଣ କରି ଯୁବକବି ଅଧ୍ୟାପକ ଲଳିତ ମୋହନ ରାୟ ରଚିଛନ୍ତି କବିତା କାଇପଡା ଗୁଳିକାଣ୍ଡ ସ୍ମରଣେ . .
~ କାଇପଡା ଗୁଳିକାଣ୍ଡ ସ୍ମରଣେ ୧  ~
ଗୋଲାହାଟର ସେ ଶୀର୍ଣ୍ଣ ବୁଢ଼ାବର
ତଥାପି କ୍ଷତାକ୍ତ ବୀର
ସଂଗ୍ରାମୀର ରଣ ହୁଂକାରରେ
ଜାଗ୍ରତ ଏବେ ଗୋରା ସାହେବର
ହଜାରେ ଜୁଲମ୍ ଭାଙ୍ଗି ପାରିଲାନି
ଯାହା ଟାଣପଣ ଆଜି ବି ସଦର୍ପେ ଛିଡ଼ା ସେ ||୦||
ଆଗେ ସଂଗ୍ରାମୀ-କ୍ରୋଧର ଅଗ୍ନିରେ ଜଳିଛି
ଶୋଷଣ-କଷଣ ଅଙ୍ଗେ ନିଭାଇଛି
ଆଜି ଅଛି ସେ ଯେ ହୋଇ ମୁକସାକ୍ଷୀ
ଅତୀତ-ସ୍ମୃତି ରେ ଲୁହ ଗଡାଉଛି
ଅପାଙ୍କ୍ତେୟ ତାରେ ଭାବେ ସିନା କେହି
ସେ ଡାକଘରଟି ଆଜି ବି ବଞ୍ଚିଛି ||୧||
ଗୋରା-ଶାସନର କରି ପ୍ରତିରୋଧ
ଏ ଯାଏ ଯାଇନି ବାରୁଦର ଗନ୍ଧ
ବକ୍ଷେ ଯେ ଧରିଛି ହତ-ବୀରପୁତ୍ର
ପୁତ୍ରରକ୍ତେ ବକ୍ଷ ହୋଇଛି ପ୍ଲାବିତ
ଜନମଭୂମିର ମାନରକ୍ଷା କରି
ତା’ ପୁତ୍ର ହୋଇଛି ସର୍ବଜନବନ୍ଦ୍ୟ ||୨||
ଶତଶତ ବାର ବନ୍ଦେ ସେ ବରୀକୁ
ଜନ୍ମ ଦେଇଥିଲା ବୀର ସଂଗ୍ରାମୀଙ୍କୁ
କାଇପଡ଼ା-କଳାମାଟିଆର ଖ୍ୟାତି
ଇତିହାସେ ସ୍ଵର୍ଣ୍ଣାକ୍ଷରେ ଲେଖାଅଛି
ସେ ମାଟିରେ ସେହି ବୀରପୁତ୍ର କୋଳେ
ଖେଳିଛି ମୁଁ କେତେ ମୋର ବାଲ୍ୟକାଳେ
ଥିଲା ବୋଧେ କେଉଁ ପୂର୍ବଜନ୍ମେ
ପୂଣ୍ୟ ଧନ୍ୟ ମୁଁ ସେ ପାଇଁ ଧନ୍ୟ ମୋ ଜନମ ||୩||
~ କାଇପଡା ଗୁଳିକାଣ୍ଡ ସ୍ମରଣେ  ୨ ~
ଏଇ ମାଟିର ଯୋଗ୍ୟ ସନ୍ତାନ ତୁମେ
ଏଇ ମାଟିର ବୀର ବିପ୍ଲବୀ ତୁମେ
ଏଇ ମାଟି ପାଇଁ ଦିନେ
ସାଉଁଟି ସାନନ୍ଦ ହାଡ଼ିବନ୍ଧୁ ମାୟା
ସହୀଦ ହୋଇଲ ତୁମେ – ||୦||
ଅଶୁଭ ସେ ଉଣେଇଶ ବୟାଳିଶ
ଥିଲା ସେ ଦିନଟି ଅଗଷ୍ଟ ଛବିଶ
ଗହ୍ମାପୁନେଇଁରେ ଅନ୍ଧାର ଘୋଟିଲା
ଟଳିଲେ ସଂଗ୍ରାମୀ ବହିଲା ରକତ
କଳାମାଟିଆର ସହୀଦପୀଠଟି
ଆଜି ବି କାନ୍ଦେ ମଉନେ – ||୧||
କାଇପଡ଼ା କଳାମାଟିଆର କୀର୍ତ୍ତି
ରକତରେ ଇତିହାସେ ଲେଖାଅଛି
ଗାନ୍ଧୀ ଗୋପବନ୍ଧୁ ରମାଦେବୀଙ୍କର
ଆଦର୍ଶେ ଏ ମାଟି ଲଭିଲା ମୁକତି
ଗରବେ ଏ ଛାତି ଫୁଲି ଯାଉଅଛି
ତୁମ ସ୍ମୃତି ଆସି ମନେ – ||୨||
ସେହି ଗୋଲାହାଟ ସେହି ଡାକଘର
ଅଛି ବି ଏବେ ସେ ବରୀ ସେବାଘର
ଗାନ୍ଧୀ ସଡ଼କରେ ଏବେ ବି ବାଟୋଇ
କ୍ଷଣେ ଛିଡ଼ା ହୋଇ କରେ ନମସ୍କାର
ତୁମ ବଳିଦାନ ଭୁଲିନାହୁଁ ଆମେ
ଭୁଲିବୁନି କେବେ ଦିନେ – ||୩||
© ଲଳିତ ମୋହନ ରାୟ
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

7 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago