| ଲେଖା: ଶିଶିର ସାହୁ ମନୋଜ ଓତ, ଓତା ଓ ହୋତା । ଏସବୁ ଶବ୍ଦ ପରସ୍ପର ସମଦ୍ଧୃତ କି ? ଆମ ଭାଷାରେ ଦୁଇଗୋଟି ଓତ ଶବ୍ଦ ରହିଛି । ଗୋଟିଏ ଶାସ୍ତ୍ରୀୟ ଅନ୍ଯଟି ଦେଶଜ ଅଟେ । ଶାସ୍ତ୍ରୀୟ ‘ଓତ’ ର ନିମ୍ନଲିଖିତ ଅର୍ଥ ରହିଛି— ଜଗନ୍ନାଥ ଦାସ ଏହି ଅର୍ଥରେ ଭାଗଵତରେ ଲେଖିଛନ୍ତି: ଦେଶଜ ‘ଓତ’ ଶବ୍ଦର ଦୁଇଗୋଟି ଅର୍ଥ ରହିଛି କିନ୍ତୁ ଏହି ‘ଓତ’ ଶବ୍ଦଟି ଓତା ଶବ୍ଦ ସହିତ ସମଦ୍ଧୃତ ନୁହେଁ । ଓତା ଏକ ଭିନ୍ନ ଶବ୍ଦ ଏଵଂ ଏହାର ତିନିଗୋଟି ମୁଖ୍ୟ ଅର୍ଥ ରହିଛି । ୨. ଉତ୍ତରୀୟ ଵା ଚାଦରକୁ ମଧ୍ଯ ଓତା କୁହାଯାଏ ଯାହା ଉତ୍ତରୀୟ ଶବ୍ଦ ସହ ସମଦ୍ଧୃତ । ସାଧାରଣତଃ ଦେହର ଅଣ୍ଟା ଉପରକୁ କାନ୍ଧଠାରୁ ଲମ୍ବିବା ଚାଦରକୁ ଉତ୍ତରୀୟ କୁହାଯାଏ । ୩. ପଶ୍ଚିମ ଓଡ଼ିଶାରେ ‘ଓତା’ ଶବ୍ଦର ଅର୍ଥ ‘ଦିନର ଓଳି’, ଯଥା: ଉପର ଓତା = ଉପର ଓଳି ଚାଦର ଅର୍ଥରେ ଆଗେ ଓତା ଶବ୍ଦଟି ଓଡ଼ିଶାରେ ବହୁ ପ୍ରଚଳିତ ଥିଲା । ପାର୍ସୀରୁ ଏହି ଚାଦର ଶବ୍ଦର ଅନୁପ୍ରଵେଶ ଯୋଗୁଁ ‘ଓତା’ ଶବ୍ଦ ଅନେକାଂଶରେ ଲୁପ୍ତ ହୋଇସାରିଛି । ଓତା ଶବ୍ଦକୁ ସ୍ଥୁଳଭାଵେ ଦେଖିଲେ ତାହା ଶାସ୍ତ୍ରୀୟ ଓଡ଼ିଆର ଉତ୍ତରୀୟ ଶବ୍ଦର ଅର୍ଦ୍ଧେକ ରୂପ ପ୍ରାୟ ଲାଗେ । ତେଵେ ଉତ୍ତରୀୟ ଶବ୍ଦର ଆହୁରି ଅନେକ ଶାସ୍ତ୍ରୀୟ ଓ ଦେଶଜ ପ୍ରତିରୂପ ମଧ୍ୟ ରହିଛି, ଯଥା: ତେଵେ ଓତା ଶବ୍ଦଟି ଵୈଦେଶିକ ଚାଦର ଶବ୍ଦର ଏକମାତ୍ର ପ୍ରତିଶବ୍ଦ ନୁହେଁ । ଭାରତୀୟମାନେ ବହୁପ୍ରାଚୀନ କାଳରୁ ଚାଦରର ଵ୍ଯଵହାର କରୁଥିଵା ହେତୁ ଆମ୍ଭ ଦେଶରେ ଚାଦରର ଅନେକ ପ୍ରତିଶବ୍ଦ ଚଳୁଥିଲା । ଯଥା: ଆମପାଖରେ ଏତେ ଶବ୍ଦ ଥାଉ ଥାଉ ଆମେ ଆଜି ଗୋଟିଏ ଵୈଦେଶିକ ଶବ୍ଦ ‘ଚାଦର’ ର ବହୁଳ ଵ୍ଯଵହାର କରି ଅନ୍ଯ ଶବ୍ଦଗୁଡ଼ିକୁ ଛାଡ଼ିଦେଇଛେ । ଯେଉଁମାନେ କୁହନ୍ତି ଯେ ଵୈଦେଶିକ ଶବ୍ଦ ଆହାରଣରେ ଭାଷା ସମୃଦ୍ଧ ହୁଏ ସେମାନେ କେଵେ ଵୈଦେଶିକ ଶବ୍ଦ ଵ୍ଯଵହାର ଯୋଗୁଁ କେତେ ଯେ ଦେଶୀୟ ଶବ୍ଦର ଅକାଳ ମୃତ୍ୟୁ ହୁଏ ତାହା ଗଣନା କି ଏଷଣା କରିଛନ୍ତି ତ ? | |
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…