ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାର “ଉଷତ ଵା ଉଷତ୍” ଏକ ନିଆରା ମୌଳିକ ଶବ୍ଦ । ବହୁ ପ୍ରାଚୀନକାଳରୁ ଏହି ଶବ୍ଦଟିର “କଥିତ ତଥା ସାହିତ୍ୟ ପ୍ରୟୋଗ” ହେଇ ଆସୁଛି ! କିନ୍ତୁ ସମୟ ସହିତ ଏ ଶବ୍ଦର ଵ୍ୟଵହାର ପୂର୍ବାଞ୍ଚଳର କଥିତ ଓଡ଼ିଆ ଶୈଳୀ ତଥା ମାନକ ଓଡ଼ିଆରେ ସ୍ଵଳ୍ପ ହେବାକୁ ଲାଗିଲା ଏବଂ ଆଜି ପରିସ୍ଥିତି ଏମିତି ଯେ ଏହି ଶବ୍ଦଟି ଏବେ ଓଡ଼ିଶାର ସୀମିତ ଅଞ୍ଚଳରେ ଚଳୁଅଛି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏ ଶବ୍ଦର ଭିନ୍ନ ଭିନ୍ନ ରୂପ ଚଳୁଅଛି ଯେମିତିକି;
★ ଉଶଦ୍―ଦେବଗଡ଼ (ବିଶେଷ୍ୟ) ଆନନ୍ଦ
★ ଉଷ୍.ନାକ୍–ସୁଵର୍ଣ୍ଣପୁର (ବି…) ଆନନ୍ଦ, ଖୁସି
★ ଉଷତ―(ବି/ବିଣ.) ମାନକ.ଓଡ଼ିଆ-ଆନନ୍ଦ, ଖୁସି
★ ଉଷ୍ମାଗ୍ (ବି.) ବରଗଡ଼―ଖୁସି ଆନନ୍ଦ ଆମୋଦ
★ ଉସନାକି (ବି.ବିଣ) ଦେବଗଡ଼,ସୁବର୍ଣ୍ଣପୁର,ବୌଦ୍ଧ―ଆନନ୍ଦ
★ଉଷତ୍ (ବି.) ସମ୍ଵଲପୁରୀ-ଆନନ୍ଦ
★ଉଷତ (ବିଣ)ସଂସ୍କୃତ-ଆନନ୍ଦିତ
(କଥିତ ଓଡ଼ିଆ ଶବ୍ଦକୋଷ-୨୦୧୮(ପ୍ରକାଶକ=ଓ.ଭା.ପ୍ର.)

ଓଡ଼ିଆ ଭାଷାର ପ୍ରାଚୀନ କାବ୍ୟ କବିତାରେ ମଧ୍ଯ ଏ ଶବ୍ଦ ଆଗେ ଚଳୁଥିଲା । ଉଦାହରଣ ସ୍ୱରୂପ:
ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମସୁଧାନିଧିରେ ଅଛି
“ଦିନେ ଯେ ଉଚିତେ ଚିତ୍ତେ 
କି ଘେନି *ଉଷତେ* ସତେ
କେତେକେ ଲେଖି ଇଙ୍ଗିତେ ଗୀତେ !”
(ପ୍ରେମସୁଧାନିଧି)

କିନ୍ତୁ ପରେ ସମୟ ସହିତ ଉଭୟ କଥିତଭାଷା ଓ ସାହିତ୍ୟରେ ଏଇ ଉଷତ ଶବ୍ଦର ପ୍ରୟୋଗ ବହୁପରିମାଣରେ ହ୍ରାସ ପାଇଅଛି । ତେବେ ଓଡ଼ିଶାର ପଶ୍ଚିମ ତଥା ଦକ୍ଷିଣ ପଶ୍ଚିମରେ ବିଭିନ୍ନ ଓଡ଼ିଆ ଭାଷା ଶୈଳୀରେ ଏ ଶବ୍ଦକୁ ସ୍ଥାନୀୟ ଲୋକେ ଏବେବି ବଞ୍ଚେଇ ରଖିପାରିଛନ୍ତି । ଏ ଶବ୍ଦର ଓଡ଼ିଆ ଭାଷାରେ ପ୍ରୟୋଗ କଅମ ହେବାର କାରଣ ବାବଦରେ ଏକ ସାଧାରଣ ମତ ଲୋକପ୍ରିୟ !

‘କୁହାଯାଏ, ପ୍ରାଚୀନ ଓଡ଼ିଆ ପଦ୍ୟ ଓ କଥିତ ଭାଷାରେ ଉଷତ ଶବ୍ଦର ପ୍ରୟୋଗ ଥିଲା କିନ୍ତୁ ମୋଗଲ, ମରାଠା ତଥା ଇଂରେଜ ଶାସନକାଳରେ ଆନନ୍ଦ ଅର୍ଥରେ ପାର୍ସୀ “ଖୁସି” ଶବ୍ଦର ବ୍ୟବହାର ବଢିଲା ପରଠାରୁ ଏ ଶବ୍ଦକୁ ଉପକୂଳର କେହି ମୌଖିକ ବ୍ୟବହାର କରୁନାହାନ୍ତି (ସାହିତ୍ୟ ବ୍ୟବହାର ହେଉଚି) କିନ୍ତୁ ଏ ଶବ୍ଦ ଏବେ ବି ଗଡଜାତ ଓ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଯଥାବତ୍ ଚଳୁଅଛି !’

© ଶିଶିର ସାହୁ ମନୋଜ

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago