ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ
ଉତ୍କଳ ଜନନୀଙ୍କର ଗାରିମା ଗାୟନ ଏଇ କାଳଜୟୀ କବିତା ‘ଉତ୍କଳ ସଙ୍ଗୀତ’ରେ . .
~ ଉତ୍କଳ ସଙ୍ଗୀତ ~

ବାରେ ଡାକ ହେ ଉତ୍କଳ ସୁତେ
ମା ଉତ୍କଳଭୂମି ଜନନୀ
ପାନ କର ମା-ନାମ-ଅମୃତେ
ଗାଅ ମା ମା ରଜନୀ
ବାରେ ଚିନ୍ତ ପ୍ରେମ ଭକ୍ତିଭରେ
ଜନନୀ ବିଭବ ଗୌରବେ
ଜନନୀ ଜନ୍ମଭୂମି ପୟରେ
ବନ୍ଦ ହେ ଜୟ ଜୟ ରବେ
ଧର୍ମକ୍ଷେତ୍ର ଉତ୍କଳ ର ଜୟ
ଯୁଗ ଯୁଗ ବ୍ୟାପୀ ଭାରତେ
ବୌଦ୍ଧ ଗୁମ୍ଫା ବୌଦ୍ଧ କୀର୍ତ୍ତିଚୟ
ରାଜଇ ପର୍ବତେ ପର୍ବତେ ।୪.
ଶୈବତୀର୍ଥ ଶ୍ରୀଭୂବନେଶ୍ଵର
ନିରୁପମରୂପେ ବିରାଜେ
ଶତ ଶତ ମନ୍ଦିର ସୁନ୍ଦର
ଶୋଭଇ ଅପରୂପ ସାଜେ


ଶୁଭସ୍ତମ୍ଭ ବୈତରଣୀ ତଟେ 
ଦେଖ ହେ ନୟନ ବିସ୍ଫାରି; 
ବିରାଜିତ ତୁଙ୍ଗେ ବ୍ୟୋମପଟେ 
ଉତ୍ସାହ ଅଭୟ ସଞ୍ଚାରି ।


ନିରେଖ ହେ ମହୋଦଧି ତୀରେ 
ନୀଳାଚଳ ଧାମେ ଶ୍ରୀକ୍ଷେତ୍ରେ 
ହିନ୍ଦୁହୃଦ ଆକୁଳ ଅଧୀରେ 
ଦେଖିବାକୁ ଯେ ଧାମ ନେତ୍ରେ ।


ସ୍ମର ବାରେ ହେ ଉତ୍କଳବାସୀ
କୋଣାର୍କ ଶିଳା ଶିଳ୍ପ ରତ୍ନେ 
ଆହା କି ମୋହନ ରୂପ ରାଶି 
ଉନ୍ମାଳିତ ଶିଳ୍ପୀର ଯତ୍ନେ ।


ଏହି ସେହି ଉତ୍କଳ ଧରିତ୍ରୀ 
ଯହିଁ ଧୌଳୀ, ଜୌଗଡ଼ ରାଜେ 
ଶିଳାକ୍ଷରେ ଯହିଁ ଜୀବେମୈତ୍ରୀ 
ଘୋଷିତ ଅଶୋକ ସାମ୍ରାଜ୍ୟେ


ଏହି ସେହି ଉତ୍କଳ-ଧରଣୀ 
ଯହିଁ ହରିନାମ ପ୍ରଚାରି,
ଦେଖାଇଲେ ଭକତି-ସରଣୀ 
ଶ୍ରୀ ଚୈତନ୍ୟ ପ୍ରେମ ଭିଖାରୀ ।

୧୦ 
ମହାନଦୀ-ବ୍ରାହ୍ମଣୀ-ସେବିତ ।
ସୁବର୍ଣ୍ଣରେଖା-ଋଷିକୂଲ୍ୟା
ବୈତରଣୀ-ପ୍ରବାହ ପ୍ଲାବିତ 
ଉତ୍କଳା-ସୁଷମା-ଅତୁଲ୍ୟା ।

୧୧
ମହୋଦଧି ଦିଗନ୍ତ ବିସ୍ତାରି 
ଚିଲିକା ହ୍ରଦ ଜଳରାଶି 
ଅଟବୀ-ଅଚଳ-ବ୍ରଜଧାରୀ 
ଉତ୍କଳ ଚିତ୍ତ ଉଲ୍ଲାସୀ ।

୧୨
ଶିଳାବନ୍ଧବେଷ୍ଟିତ କଟକେ 
ଭଗ୍ନ ବାରବାଟୀ ଅଦୂରେ 
ସ୍ମର ବାରେ କଳ୍ପନା-ଛଟକେ 
ପୂରୁବ ଯଶୋଧନ ଶୂରେ ।

୧୩
ପୂରୁବ ଉନ୍ନତ ପଦଭ୍ରଷ୍ଟ 
ହେ ଉତ୍କଳ ନବ୍ୟ ସମାଜ ! 
ଉତ୍କଳ ର କି ଦୁର୍ଗତି କଷ୍ଟ 
ଉତ୍କଳୀୟେ ଦେଖ ହେ ଆଜ ।

୧୪
ଆଜି ଝାଡ଼ଖଣ୍ଡ ଜନପଦ 
ଭଞ୍ଜ ଭୂମି ଆଦି ବିରାଜେ,
ପୁରାତନ ଗୌରବ ସମ୍ପଦ 
ଚିତ୍ରମାତ୍ର ଓଡ୍ରସମାଜେ ।

୧୫
ଏବେ ଦେଖ ବ୍ରିଟିଶ ସୁରାଷ୍ଟ୍ରେ 
ଧୀରେ ଲଭି ନବ ଚେତନା
ପଞ୍ଜାବରେ ବଙ୍ଗେ ମହାରାଷ୍ଟ୍ରେ 
ଲାଗିଛି କର୍ମର ସାଧନା ।

୧୬
ଅଳସ ନିଶ୍ଚେଷ୍ଟ ମ୍ରିୟମାଣ 
ଉତ୍କଳୀୟେ ନରୁହ ଆଉ,
କର୍ମର ସାଧନେ ଦିଅ ଦିଅ ପ୍ରାଣ,
ଲାଜ ହୀନତା ଚାଲିଯାଉ ।

୧୭
ଅରଜ ହେ କର୍ମର ସମ୍ପଦ,
‛କର୍ମ ହିଁ ଧର୍ମ’ ମନ୍ତ୍ର ଜପି 
ହୁଅ ସତ୍ୟଜ୍ଞାନ-ବିଶାରଦ 
ବଳ ବୁଦ୍ଧି ସର୍ବ ଅରପି ।

୧୮
ଜ୍ଞାନ-କର୍ମ-ତପସ୍ୟାର ବଳେ 
ଏ ଭାରତ-ମହୀ-ମଣ୍ଡଳେ 
ଜିଣି ସିଦ୍ଧି ଭବରଙ୍ଗ ତଳେ 
ଉଜ୍ଵଳ କର ହେ ଉତ୍କଳେ ।

ଉପସ୍ଥାପନା: ଶିଶିର ସାହୁ ମନୋଜ  

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago