ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ

ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ !

~ ଉତ୍କଳ ଆହ୍ୱାନ ~
ଉଠ ହେ ଉତ୍କଳବାସୀ,
ଦୂରେ ଫିଙ୍ଗି ଦୁଃଖରାଶୀ,
ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା
ବିଶ୍ଵରାଣୀ ବାଣୀ-ବୀଣା 
ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ !

ଅଶୋକ ଅଭୟ ସେ ସଂଗୀତ,
ଅନନ୍ତ ଅମୃତେ ଉଚ୍ଛ୍ବାସିତ,
ଜଳେ ସ୍ଥଳେ ଆକାଶରେ ଋଷି-କବି-ମାନସରେ 
ସୁଗମ୍ଭୀର ମନ୍ଦ୍ରେ ନିନାଦିତ ହେ ।୧।

ଆଜି ଏହି ସାୟନ୍ତନ ସାହିତ୍ୟ ସଭା ପ୍ରାଙ୍ଗଣ 
ସେ ଅନାଦି ନାଦ ଆଳାପନେ ପୁଲକ ପୂରିତ ପ୍ରାଣ,
ମର୍ମେ ମର୍ମେ କମ୍ପମାନ
ଅପୂର୍ବ ବସନ୍ତ ସମୀରଣେ ହେ ନରନାରୀ,
ପ୍ରାଣରାଣୀ-ପଦତଳେ ପ୍ରାଣ-ଶତଦଳ ଦଳେ
ହସୁଅଛି କନକ କିରଣ,
ଆଶା ପ୍ରୀତି ବିଶ୍ଵାସର 
ସୁମାନସ-ସରୋବର
ହିଲ୍ଲୋଳିତ ଶୀତଳ ଶୋଭନ ହେ ।୨।

ଗାଉଛନ୍ତି ବାଣୀଶ୍ଵରୀ 
ଶ୍ରୀକରେ ସେ ବୀଣା ଧରି 
ମହା ଆହ୍ଵାନର ମହାଗୀତି,
ସକଳ ଲାଞ୍ଛନା ଲାଜ 
ଅନୃତ ଅହନ୍ତା ବ୍ୟାଜ
ଦୂର ହେଉ ଅକାରଣ ଭୀତି ହେ ନରନାରୀ,
କେ ଆଉ ଜଡ଼ତା-ପାଶେ
ଜଞ୍ଜାଳର କାରାବାସେ
ରହିଥିବ ପଡି଼ ଅବସାଦେ,
ଦେଖ ଦେଖ କେତେ ଜାତି
ଚାଲାଚନ୍ତି ଦିବାରାତି
ଶୁଣି ସେ ସୁସଙ୍ଗୀତ ସୁସମ୍ଵାଦେ ହେ  ।୩।

ଚାଲ ଉତ୍କଳ ସନ୍ତାନ,
ସମ୍ମୁଖେ ଅମୃତ ଧାମ 
ମାଜି ନେତ୍ର-ଜ୍ଞାନ ଅଞ୍ଜନରେ ହୁଅ ସର୍ବେ ଅଗ୍ରସର 
ଧରି ପରସ୍ପର କର
ଜୀବନର ବ୍ରତ ସାଧନରେ ହେ ନରନାରୀ,

ଦେଖି ଦେବୀ ପ୍ରେମମୁଖ,
ଯାଉ ହେ ସକଳ ଦୁଃଖ,
ପୂରୁ ଆଶା ସ୍ଫୁରୁ ଭାଷା ପ୍ରାଣେ,
ଦିବ୍ୟ ଜ୍ଞାନ ଶୁଦ୍ଧ ପ୍ରୀତି
ସ୍ଵରଗର ପୁଣ୍ୟ ନୀତି 
ଉତ୍କଳର ବଢାଉ ସମ୍ମାନ ହେ ।୪।

ଉପସ୍ଥାପନା: ଶିଶିର ସାହୁ ମନୋଜ

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago