ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ଅବଶୋଷ, ଅବଶୋଶ ନା ଅବସୋସ ! ଏଠାରେ କେଉଁ ଶବ୍ଦଟି ଠିକ ନିର୍ଣ୍ଣୟ କରିବା ସହଜ ନୁହେଁ । ହିନ୍ଦୀରେ ଅଫସୋସ୍ ଲେଖାଯାଏ, ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି ।
ପ୍ରଥମେ ଦେଖିବାକୁ ହେବ ଯେ କ’ଣ ଶୋଷ ଶବ୍ଦ ସହ ଅବ ଉପସର୍ଗ ଯୁକ୍ତ ହୋଇପାରିବ, ଆଉ ଯଦି ଅବ+ଶୋଷ = ଅବଶୋଷ ତେବେ ପ୍ରଥମେ ଏ ଉଭୟ ଶବ୍ଦର ଅର୍ଥ ବୁଝିବାକୁ ହେବ ।
ଅବ ଉପସର୍ଗ (prefix)ର ଅନେକ ଅର୍ଥରେ ବ୍ୟବହାର ଅଛି
୧. ନିଶ୍ଚୟ(ଅବଧାରଣ)
୨. ଘୃଣା, ଅବଜ୍ଞା, ହୀନତା, ତୁଚ୍ଛତା (ଅବଜ୍ଞା, ଅବଗଣିତ)
୩. ନିମ୍ନକୁ (ଅବରୋହଣ, ଅବତୀର୍ଣ୍ଣ)
୪. ଭିତରେ (ଅବଗାହନ)
୫. ନିନ୍ଦା (ଅବଗୀତ)
୬. ବିରୋଧ ରେ (ଅବଗୋରଣ)
୭. ପଶ୍ଚାତ୍/ପଛରୁ (ଅବଗ୍ରହଣ)
୮. ଅବସର (ଅବାକାଶ)
୯. ଅତ୍ୟନ୍ତ (ଅବହେଳା, ଅବକ୍ରୋଶ)
୧୦. ବ୍ୟାପ୍ତି, ଏକତ୍ର (ଅବଚୟ)
୧୧. ସଂପୂର୍ଣ୍ଣ ରୂପେ (ଅବରୋଧ, ଅବଚ୍ଛେଦ)
୧୨. ଅଳ୍ପ, ସାମାନ୍ୟ ରେ(ଅବଗୁଣ୍ଠନ, ଅବତମସ)
୧୩. କୁତ୍ସିତ, ମନ୍ଦ(ଅବକ୍ରିୟା)
୧୪. ହଟାତ୍ (ଅବଘାତ )
୧୫. ସ୍ଥାନାନ୍ତରକୁ, ଦୂରକୁ (ଅବକର୍ଷଣ, ଅବକର)
୧୬. ଚାରିଆଡ଼େ, ଇତଃସ୍ତତଃ (ଅବଘଟ୍ଟ, ଅବକୀର୍ଣ୍ଣ)
୧୭. ଅଭାବ* (ଅବଗୁଣ, ଅବକାଶ)
୧୮. ବିପରୀତ (ଅବମାନନା, ଅବରୋପିତ)
୧୯. ବୁଦ୍ଧି କିମ୍ବା ପୂଜା (ଅବଦାନ)
୨୦. ନିକୃଷ୍ଟ (ଅବମତ)
୨୧. ଉଚ୍ଚ ଦେଶରୁ (ଅବଚୟ)
ସଂସ୍କୃତ ଓ ଓଡ଼ିଆ ଶବ୍ଦ ‘ଶୋଷ’ର ସାଧାରଣ ଅର୍ଥ:
୧. ଶୁଷ୍କତା
୨. ନୀରସତା
୩. ଶୋଷଣ
୪. ରସାକର୍ଷଣ
୫. ତୃଷ୍ଣା
୬. ପିପାସା
୭. କ୍ଷୟରୋଗ, ଯକ୍ଷ୍ମା
ସେଇଭଳି ଦେଶଜ ବିଶେଷ୍ୟ ଭାବରେ ‘ଶୋଷ’ ଶବ୍ଦର ଅର୍ଥ:
୧. ଅର୍ଥ କୌଣସି ବସ୍ତୁ ପାଇବା ହେତୁ ଥିବା ଅଭିଳାଷ*
ଏବଂ
୨. ଲୋଭ
ଏବେ ଯଦି ଏସବୁ ଶବ୍ଦଗୁଡିକର ଅର୍ଥକୁ ମିଶାଇ ଅବଶୋଷ ଶବ୍ଦର ବର୍ତ୍ତମାନ ଅର୍ଥ ସହ ସମକକ୍ଷ ଅର୍ଥ କରିବାକୁ ଚେଷ୍ଟା କରାଯାଏ
ତେବେ କେମନ୍ତ ହେବ ?
ସଂସ୍କୃତ ଶୋଷ ଶବ୍ଦ
୧. ଅବସରର ଶୁଷ୍କତା ଯୋଗୁଁ ଅବଶୋଷ ହେବା
୨. ନିନ୍ଦା ଯୋଗୁଁ ମନରେ ନୀରସତା ଉତ୍ପନ୍ନ ହେବା
୩. ରସାକର୍ଷଣ ର ଅଭାବ ଯୋଗୁଁ ଦୁଃଖୀ ହୋଇ ଅବଶୋଷ କରିବା
୪. ସଂପୂର୍ଣ୍ଣ ରୂପେ କ୍ଷୟରୋଗ ହେଲେ ଆଗେ ବଞ୍ଚିବାର ଆଶା ମଉଳି ଯାଉଥିଲା, ଲୋକେ ମରି ଯାଉଥିଲେ, ଫଳରେ ଅବଶୋଷ କରିବା ଛଡ଼ା ଆଉ ଅନ୍ୟ ଉପାୟ ରହୁନଥିଲା ।
ଦେଶଜ ଶୋଷ ଶବ୍ଦ:
୧. ମନରେ ପାଳିଥିବା ଅଭିଳାଷ ଦୂରକୁ ଚାଲିଗଲେ ଅବଶୋଷ କରିବେ
୨. କୌଣସି କାରଣରୁ ଅଭିଳାଷ ପୂରଣ ନହେଲେ କିମ୍ବା ତହିଁର ଅଭାବ ହେଲେ ମନରେ ଅବଶୋଷ ହୁଏ
© ଶିଶିର ସାହୁ ମନୋଜ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…