ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଅବଶୋଷ, ଅବଶୋଶ ନା ଅବସୋସ ! ଏଠାରେ କେଉଁ ଶବ୍ଦଟି ଠିକ ନିର୍ଣ୍ଣୟ କରିବା ସହଜ ନୁହେଁ । ହିନ୍ଦୀରେ ଅଫସୋସ୍ ଲେଖାଯାଏ, ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି ।

ପ୍ରଥମେ ଦେଖିବାକୁ ହେବ ଯେ କ’ଣ ଶୋଷ ଶବ୍ଦ ସହ ଅବ ଉପସର୍ଗ ଯୁକ୍ତ ହୋଇପାରିବ, ଆଉ ଯଦି ଅବ+ଶୋଷ = ଅବଶୋଷ ତେବେ ପ୍ରଥମେ ଏ ଉଭୟ ଶବ୍ଦର ଅର୍ଥ ବୁଝିବାକୁ ହେବ ।

ଅବ ଉପସର୍ଗ (prefix)ର ଅନେକ ଅର୍ଥରେ ବ୍ୟବହାର ଅଛି

୧. ନିଶ୍ଚୟ(ଅବଧାରଣ)
୨. ଘୃଣା, ଅବଜ୍ଞା, ହୀନତା, ତୁଚ୍ଛତା (ଅବଜ୍ଞା, ଅବଗଣିତ)
୩. ନିମ୍ନକୁ (ଅବରୋହଣ, ଅବତୀର୍ଣ୍ଣ)
୪. ଭିତରେ (ଅବଗାହନ)
୫. ନିନ୍ଦା (ଅବଗୀତ)
୬. ବିରୋଧ ରେ (ଅବଗୋରଣ)
୭. ପଶ୍ଚାତ୍/ପଛରୁ (ଅବଗ୍ରହଣ)
୮. ଅବସର (ଅବାକାଶ)
୯. ଅତ୍ୟନ୍ତ (ଅବହେଳା, ଅବକ୍ରୋଶ)
୧୦. ବ୍ୟାପ୍ତି, ଏକତ୍ର (ଅବଚୟ)
୧୧. ସଂପୂର୍ଣ୍ଣ ରୂପେ (ଅବରୋଧ, ଅବଚ୍ଛେଦ)
୧୨. ଅଳ୍ପ, ସାମାନ୍ୟ ରେ(ଅବଗୁଣ୍ଠନ, ଅବତମସ)
୧୩. କୁତ୍ସିତ, ମନ୍ଦ(ଅବକ୍ରିୟା)
୧୪. ହଟାତ୍ (ଅବଘାତ )
୧୫. ସ୍ଥାନାନ୍ତରକୁ, ଦୂରକୁ (ଅବକର୍ଷଣ, ଅବକର)
୧୬. ଚାରିଆଡ଼େ, ଇତଃସ୍ତତଃ (ଅବଘଟ୍ଟ, ଅବକୀର୍ଣ୍ଣ)
୧୭. ଅଭାବ* (ଅବଗୁଣ, ଅବକାଶ)
୧୮. ବିପରୀତ (ଅବମାନନା, ଅବରୋପିତ)
୧୯. ବୁଦ୍ଧି କିମ୍ବା ପୂଜା (ଅବଦାନ)
୨୦. ନିକୃଷ୍ଟ (ଅବମତ)
୨୧. ଉଚ୍ଚ ଦେଶରୁ (ଅବଚୟ)

ସଂସ୍କୃତ ଓ ଓଡ଼ିଆ ଶବ୍ଦ ‘ଶୋଷ’ର ସାଧାରଣ ଅର୍ଥ:
୧. ଶୁଷ୍କତା
୨. ନୀରସତା
୩. ଶୋଷଣ
୪. ରସାକର୍ଷଣ
୫. ତୃଷ୍ଣା
୬. ପିପାସା
୭. କ୍ଷୟରୋଗ, ଯକ୍ଷ୍ମା
ସେଇଭଳି ଦେଶଜ ବିଶେଷ୍ୟ ଭାବରେ ‘ଶୋଷ’ ଶବ୍ଦର ଅର୍ଥ:
୧. ଅର୍ଥ କୌଣସି ବସ୍ତୁ ପାଇବା ହେତୁ ଥିବା  ଅଭିଳାଷ*
ଏବଂ
୨. ଲୋଭ

ଏବେ ଯଦି ଏସବୁ ଶବ୍ଦଗୁଡିକର ଅର୍ଥକୁ ମିଶାଇ ଅବଶୋଷ ଶବ୍ଦର ବର୍ତ୍ତମାନ ଅର୍ଥ ସହ ସମକକ୍ଷ ଅର୍ଥ କରିବାକୁ ଚେଷ୍ଟା କରାଯାଏ
ତେବେ କେମନ୍ତ ହେବ ?

ସଂସ୍କୃତ ଶୋଷ ଶବ୍ଦ
୧. ଅବସରର ଶୁଷ୍କତା ଯୋଗୁଁ ଅବଶୋଷ ହେବା
୨. ନିନ୍ଦା ଯୋଗୁଁ ମନରେ ନୀରସତା ଉତ୍ପନ୍ନ ହେବା
୩. ରସାକର୍ଷଣ ର ଅଭାବ ଯୋଗୁଁ ଦୁଃଖୀ ହୋଇ ଅବଶୋଷ କରିବା
୪. ସଂପୂର୍ଣ୍ଣ ରୂପେ କ୍ଷୟରୋଗ ହେଲେ ଆଗେ ବଞ୍ଚିବାର ଆଶା ମଉଳି ଯାଉଥିଲା, ଲୋକେ ମରି ଯାଉଥିଲେ, ଫଳରେ ଅବଶୋଷ କରିବା ଛଡ଼ା ଆଉ ଅନ୍ୟ ଉପାୟ ରହୁନଥିଲା ।

ଦେଶଜ ଶୋଷ ଶବ୍ଦ:
୧. ମନରେ ପାଳିଥିବା ଅଭିଳାଷ ଦୂରକୁ ଚାଲିଗଲେ ଅବଶୋଷ କରିବେ
୨. କୌଣସି କାରଣରୁ ଅଭିଳାଷ ପୂରଣ ନହେଲେ କିମ୍ବା ତହିଁର ଅଭାବ ହେଲେ ମନରେ ଅବଶୋଷ ହୁଏ

© ଶିଶିର ସାହୁ ମନୋଜ 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago