ଗର୍ଭଣା ସଂକ୍ରାନ୍ତି

ଲେଖା: ଅମ୍ବିକା ପଟ୍ଟନାୟକ
~ ଗର୍ଭଣା ସଂକ୍ରାନ୍ତି ~
ଓଡ଼ିଆରେ ଗୋଟେ ଢ଼ଗ ଅଛି..
“ଆଗେ ବୁଣ ପଛେ ବୁଣ,
ଗର୍ଭଣାକୁ ଟୁଣ ଟୁଣ l”
କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାରେ ଅକ୍ଷିତୃତୀୟା ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇ ଚାଷ କାମର ଅୟମାରମ୍ଭ ଶୁଭାୟ ଭବତୁ କରା ଯାଇଥାଏ l ଏଵେ ସିନା ଉନ୍ନତ ବିହନ, ଜଳ ସେଚନ କରି ଅଧିକାଂଶ ଜାଗାରେ ଦୋ ଫସଲି ତିନ ଫସଲି କରା ଯାଉଛି l ଆଗେ ତ ଏକ ଫସଲି ଥିଲା l ସେଥିପାଇଁ ପ୍ରବାଦ ଥିଲା “ଚାଷୀ ହୁଡ଼ିଲେ ବରଷେ” l
ଏଇ ଧାନ ଫସଲ ଯାହା ଅକ୍ଷି ତୃତୀୟାରେ ବିହନ ଅନୁକୂଳ ହୋଇଥାଏ,ରୁଆ ବଛା ସରିଲେ କ୍ରମଶଃ ଧାନଗଛ ବୃଦ୍ଧି ପାଇ ଆସ୍ତେ ଆସ୍ତେ ଧାନ ଶସ୍ୟ ବାହାରି ଆସେ l ସେଇ ଶସ୍ୟ କିନ୍ତୁ ଫାଙ୍କା ଥାଏ l “ତୁଳା ସଂକ୍ରାନ୍ତି” ବେଳକୁ ସେ ଶସ୍ୟ ଭିତରେ କ୍ଷୀର ପରି ଅର୍ଦ୍ଧ ତରଳ ଦ୍ରବ୍ୟ ଥାଏ ଯାହାକୁ “କ୍ଷୀର ଢ଼ୋକିବା” କୁହାଯାଏ l ଧାନର ଗର୍ଭସଞ୍ଚାର ହେତୁ ଓଡିଶାରେ ଏଇ ସଂକ୍ରାନ୍ତି “ଗର୍ଭଣା ସଂକ୍ରାନ୍ତି” ନାମରେ ପାଳିତ l
ଏ ଦିନ କୃଷିଜୀବି ଭାଇ ମାନେ ମହା ଆନନ୍ଦରେ ମା’ ଲଷ୍ମୀଙ୍କ ପୂଜା କରି ଧାନବିଲକୁ ଯାଇ ଲଷ୍ମୀଙ୍କ ପ୍ରତୀକ ଧାନ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରନ୍ତି ଏବଂ ଆଶା କରନ୍ତି ଯେ ଏ ବର୍ଷ କୃପାକରି ମା ଉତ୍ତମ ଶସ୍ୟ ପ୍ରଦାନ କରିବେ l
ନାନା ରକମ ସୁଖାଦ୍ୟ ପ୍ରସ୍ତୁତ ହୁଏ l ହାତୀ ଭଳିଆ ସ୍ୱାସ୍ଥ୍ୟବାନ ପିଲାଟି ମଧ୍ୟ ମା’ର ଆଖିରେ କଙ୍କି ପରି ଦୁର୍ବଳ, ହାତଗୋଡ଼ କାଠି l ଏଣୁ ମା’ମାନେ ଚେଷ୍ଟା କରନ୍ତି “ଗର୍ଭଣା ସଂକ୍ରାନ୍ତି”ରେ ମୋ ପିଲାଟି ଗର୍ଭ ପୁରାଇ ଖାଇ ଥାଉ ଫଳରେ ବର୍ଷ ଯାକ ପିଲା ଆଉ ଖାଇବା ନେଇ ଗୋଳମାଳ ନ କରି ସୁନାପିଲା ପରି ପେଟ ପୁରାଇ ଖାଇନେବ l
ଓଡିଶାର ଏକାନ୍ତ ଆପଣାର ପର୍ବ ଏଇ ଗର୍ଭଣା ସଂକ୍ରାନ୍ତି l
Image: Bandhan Dalai 
#ଆମ ସଂସ୍କୃତି ଆମ ପରମ୍ପରା

Leave a Comment

Your email address will not be published. Required fields are marked *

Scroll to Top